Tuesday, November 23, 2021

 

ଗାଙ୍ଗପୁର ଥାନାକୁ ଦ୍ୱିତୀୟ ସର୍ବଶ୍ରେଷ୍ଠ ଥାନା ଆୱାର୍ଡ

ଭଞ୍ଜନଗର/ଛତ୍ରପୁର,୧୯।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଅଧୀନ ଗାଙ୍ଗପୁର ଥାନା ଦେଶର ଦ୍ୱିତୀୟ ସର୍ବଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ହୋଇଛି। ଭାରତ ସରକାରଙ୍କ ଗୃହ ବ୍ୟାପାର ମନ୍ତ୍ରାଣାଳୟ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଅନୁଷ୍ଠିତ ସର୍ବ ଭାରତୀୟସ୍ତରୀୟ ଡିଜିପି ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କଠାରୁ ଗାଙ୍ଗପୁର ଥାନା ଅଧିକାରୀ ଧିରେଶ କୁମାର ଦାସ ଏହି ମର୍ଯ୍ୟାଦା ସମ୍ପନ୍ନ ଆୱାର୍ଡ, ପ୍ରଶଂସାପତ୍ର ଓ ଟ୍ରଫି ଗ୍ରହଣ କରିଛନ୍ତି। ଡିଜିପି ଅଭୟ ଏବଂ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଟୁଇଟ୍‌ କରି ଏହି ସୂଚନା ଦେବା ସହ ଥାନା ଅଧିକାରୀ ଦାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


 

ଋଷିକୂଲ୍ୟା ନଦୀରୁ ଆନ୍ଧ୍ରକୁ ବାଲି ଚୋରାଚାଲାଣ ବେଳେ ୨ ଗାଡ଼ିକୁ ଧରିଲେ ଗ୍ରାମବାସୀ

ଛତ୍ରପୁର,୨୧।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଋଷିକୂଲ୍ୟା ନଦୀର ବିଭିନ୍ନ ବାଲିଘାଟରୁ ବେଆଇନ ଭାବେ ଆନ୍ଧ୍ରପ୍ରଦେଶକୁ ବାଲି ଚାଲାଣ ହେଉଥିବା ନେଇ ବହୁବାର ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଆସୁଥିଲା। ପ୍ରଶାସନ ନ ଶୁଣିବାରୁ ଶେଷରେ ଗ୍ରାମବାସୀ ବେଆଇନ ଭାବେ ଛତ୍ରପୁର ଥାନା ଗୋବା ଗ୍ରାମରୁ ବାଲି ଧରି ଯାଉଥିବା ବେଳେ ଦୁଇ ଗାଡ଼ିକୁ ଧରିଥିଲେ । ଖବରପାଇ ଛତ୍ରପୁର ପୋଲିସ ପହଞ୍ଚି ଗାଡି ଦୁଇଟିକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ଋଷିକୂଲ୍ୟା ନଦୀଘାଟରୁ ରାତି ସମୟରେ ବେଆଇନ ଭାବେ ବାଲି ଆନ୍ଧ୍ର ଯାଉଥିବା ନେଇ ବହୁବାର ଖବର ପ୍ରକାଶିତ ହୋଇଥିଲେ ହେଁ ଏଯାବତ୍‌ ବାଲି ମାଫିଆଙ୍କର ମୁଖ୍ୟ କିଏ ଟେର ପାଉନି ପୋଲିସ କିମ୍ବା ଜିଲା ପ୍ରଶାସନ । ଏହାକୁ ନେଇ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି l



 

ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ଯୋଜନାରେ ସାମିଲ ହେଲା ରାୟଗଡା, ୮୭୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା: ସ୍ମାର୍ଟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଯୋଡ଼ି ହେଲା ରାୟଗଡ଼ା । ଭିଡିଓ କନଫରେନ୍ସିଂ ଜରିଆରେ ରାୟଗଡ଼ାରେ BSKY ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାମ ପାଇଁ ୮୭୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ୮ ଲକ୍ଷ ୩୦ ହଜାର ଲୋକ ଏହି ସୁବିଧା ପାଇବେ । ଏହା ସହିତ ରାଜ୍ୟର ୧୭ଟି ଜିଲ୍ଲା ଏବେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ଯୋଜନାରେ ସାମିଲ ହୋଇସାରିଛି ।

CM Naveen

ତେବେ ଆଜି ରାୟଗଡା ପାଇଁ ମୁଖ୍ୟମନ୍ତ୍ରୀ ୮୭୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ରାୟଗଡାରେ ଜଳସେଚନର ସୁବିଧା ପାଇଁ ଦୁଇଟି ମେଗା ଲିଫ୍‌ଟ ପ୍ରକଳ୍ପ ଶେଷ ହୋଇଛି ଏବଂ ଏହାଦ୍ବାରା ଗୁଣୁପୁର ବ୍ଲକ୍‌ର ୧୦୦୦ ହେକ୍ଟର ଜମିକୁ ପାଣି ମିଳି ପାରିବ । ସେହିପରି ରାୟଗଡା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୮ ଲକ୍ଷ ୩୦ ହଜାରେ ଲୋକ ସ୍ମାର୍ଟ କାର୍ଡ ପାଇବେ । ଏହା ଦ୍ବାରା ସମସ୍ତ ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହୋଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଜନଜାତି ଭାଇ ଭଉଣୀ ମାନଙ୍କର ଉଚ୍ଚ ପ୍ରଶଂସା କରି କହିଥିଲେ ଯେ, ସେମାନେ ସରକାରଙ୍କ ବିଭିନ୍ନ ଯୋଜନାର ସୁଯୋଗ ନେଇ ନିଜ ଜୀବନଧାରଣ ମାନରେ ପରିବର୍ତ୍ତନ ଆଣିପାରିଛନ୍ତି । ସେହିପରି ଜିଲ୍ଲାରେ ମା ମାନେ ୪୦୦୦ ମିଶନ ଶକ୍ତି ଗ୍ରୁପରେ ସାମିଲ ହୋଇ ନିଜର ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିଛନ୍ତି ଓ ନିଜକୁ ସକ୍ଷମ କରିପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ଆହୁରୀ କହିଛନ୍ତି, ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ । ଏହାଦ୍ବାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି। ସେମାନେ ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।


 

'କୃଷି ଆଇନ ଉପରେ ପ୍ୟାନେଲ୍ ରିପୋର୍ଟ ସାର୍ବଜନୀନ ହେବା ଉଚିତ୍', ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ନିଯୁକ୍ତ ସଦସ୍ୟଙ୍କ ପତ୍ର

ନୂଆଦିଲ୍ଲୀ : କୃଷି ଆଇନ ଉପରେ ସୁପ୍ରିମକୋର୍ଟ ଦ୍ୱାରା ଗଠିତ କମିଟିର ସଦସ୍ୟ ଅନିଲ ଘନୱଟ ପ୍ୟାନେଲର ରିପୋର୍ଟକୁ ସାର୍ବଜନୀନ କରିବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ଦାବି କରିଛନ୍ତି । କେନ୍ଦ୍ର ସରକାର ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବା ପରେ ଅନିଲ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମଣାଙ୍କୁ ଏକ ଚିଠି ଲେଖିଛନ୍ତି ।

supreme court of India

ପ୍ରଧାନ ବିଚାରପତିଙ୍କୁ ଲେଖିଥିବା ପତ୍ରରେ ଅନିଲ ଲେଖିଛନ୍ତି ଯେ, 'ସଂସଦର ଆସନ୍ତା ଶୀତ ଅଧିବେଶନରେ କୃଷି ଆଇନକୁ ରଦ୍ଦ କରିବାକୁ ସରକାରଙ୍କ ନିଷ୍ପତ୍ତି ପରେ କୃଷି ଆଇନ ସମ୍ବନ୍ଧୀୟ କମିଟିର ରିପୋର୍ଟ ପ୍ରାସଙ୍ଗିକ ନୁହେଁ କିନ୍ତୁ ଏହି ରିପୋର୍ଟରେ କୃଷକଙ୍କ ଦାବି ପ୍ରସଙ୍ଗରେ ପରାମର୍ଶ ଦିଆଯାଇଛି, ଯାହାକି ଜନନସାଧାରଣଙ୍କ ହିତ ପାଇଁ ରହିଛି ।'

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ରିପୋର୍ଟ ଏକ ଶିକ୍ଷଣୀୟ ଭୂମିକା ଗ୍ରହଣ କରିପାରିବ ଏବଂ ମୋ ମତରେ ରାଜନେତାଙ୍କ ଦ୍ୱାରା ବିଭ୍ରାନ୍ତ ହୋଇଥିବା ଅନେକ କୃଷକଙ୍କ ଭୁଲ ଧାରଣା ହ୍ରାସ ପାଇବ, ଯେଉଁମାନେ ଏକ ମୁକ୍ତ ମୁକ୍ତ ବଜାର ଉତ୍ପାଦନରେ ଜାତୀୟ ସମ୍ବଳକୁ କିପରି ସର୍ବୋତ୍ତମ ଉପଯୋଗ କରିପାରିବେ ତାହା ଜାଣିପାରିବେ ।

ଏହି ଚିଠିରେ ଘନୱଟ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି ଯେ ଏକ ଦୃଢ ନୀତି ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ । ମଙ୍ଗଳବାର ଦିନ ଏହି ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଅନିଲ କହିଛନ୍ତି ଯେ କୃଷକଙ୍କ ସ୍ୱାର୍ଥରେ ତଥା ବଜାରକୁ ନଷ୍ଟ ନକରିବା ଭଳି ଆମେ ନୀତି ପ୍ରସ୍ତୁତ କରିବା ଉଚିତ ।

ଶେତକାରୀ ସଂଗଠନର ଜଣେ ବରିଷ୍ଠ ନେତା ଘନୱଟ କହିଛନ୍ତି ଯେ ସେ ଆସନ୍ତା 2-3 ମାସ ମଧ୍ୟରେ ଦେଶ ଭ୍ରମଣ କରିବେ ଏବଂ କୃଷି କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ 1 ଲକ୍ଷରୁ ଅଧିକ ଚାଷୀଙ୍କୁ ଏକତ୍ରିତ କରିବେ । ସର୍ବନିମ୍ନ ସମର୍ଥନ ମୂଲ୍ୟ ଉପରେ ସେ କହିଛନ୍ତି ଯେ ବର୍ତ୍ତମାନ ଏହାର ଗ୍ୟାରେଣ୍ଟି ଦାବି କରିବା ସମ୍ଭବ ନୁହେଁ ।


 

ପରମବୀର ସିଂଙ୍କୁ ପଳାତକ ଘୋଷଣା କରି ବାସଭବନରେ ଅଦାଲତ ଲଗାଇଲେ ନୋଟିସ

ମୁମ୍ବାଇ: ବେଆଇନ ଅର୍ଥ ଆଦାୟ ମାମଲାରେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂଙ୍କୁ ଏବେ ସ୍ଥାନୀୟ ଅଦାଲତ ପଳାତକ ଘୋଷଣା କରିଛନ୍ତି । ଅଦାଲତର ଆଦେଶ ପରେ ଜୁହୁ ସ୍ଥିତି ପରମବୀର ସିଂଙ୍କ ବାସଭବନ ବାହାରେ ଏକ ନୋଟିସ ଲଗାଯାଇଛି । ଅନ୍ୟପଟେ ସୋମବାରଦିନ ପରମବୀର ସିଂଙ୍କ ଓକିଲ ସୁପ୍ରିମ କୋର୍ଟରେ କହିଥିଲେ କି ପରମବୀର ସିଂଙ୍କ ଜୀବନପ୍ରତି ମୁମ୍ବାଇ ପୁଲିସ ତରଫରୁ ବିପଦ ଥିବାରୁ ସେ ଲୁଚିଛନ୍ତି । ଏହାସହ ୪୮ ଘଂଟା ମଧ୍ୟରେ ସେ ସବିଆଇ କୋର୍ଟରେ ହାଜର ହେବାକୁ ପ୍ରସ୍ତୁତ ଅଛନ୍ତି ।

ଓକିଲଙ୍କର ଏଭଳି ଖୁଲାସା ପରେ ଯାଂଚରେ ସହାୟତା କରିବାକୁ କୋର୍ଟ କହିଛନ୍ତି । କୋର୍ଟ ବର୍ତ୍ତମାନ ପରମବୀର ସିଂଙ୍କ ଗିରଫ ଉପରେ ରୋକ ଲଗାଇଛି । ଏହାସହ ମାମଲାର ଚାଲିଥିବା ଯାଂଚରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସିଂଙ୍କ ଓକିଲ କହିଛନ୍ତି କି ପରମବୀର ସିଂଙ୍କୁ ଏହି ମାମଲାରେ ଫଶାଇ ଦିଆଯାଇଛି । ତାଙ୍କ କାର୍ଯ୍ୟକାଳ ଭିତରେ ଯେଉଁମାନଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ସେହିମାନେ ଏବେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ସୁପ୍ରିମ କୋର୍ଟ ତରଫରୁ ଏହି ମାମଲାରେ ସିବିଆଇ ଓ ମହାରାଷ୍ଟ୍ର ଡିଜିପିଙ୍କୁ ନୋଟିସ ଜାରି କରାଯାଇଛି। ଏହି କ୍ରମରେ ପରମବୀର ସିଂଙ୍କ ବିରୋଧରେ ବର୍ତମାନ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଯାଇଛି । ଡିସେମ୍ବର ୬ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଏହି କ୍ରମରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ଲାଗିଥିବା ଦୁର୍ନୀତି ଅଭିଯୋଗର ଯାଂଚ ପାଇଁ ଗଠିତ ଜଷ୍ଟିସ୍ କେ.ୟୁ ଚାନ୍ଦୀବାଲ ଆୟୋଗ ମୁମ୍ବାଇର ପୂର୍ବ ପୁଲିସ କମିଶନର ପରମବୀର ସିଂଙ୍କ ହସ୍ତାକ୍ଷରକୁ ନେଇ ଶପଥପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।


 

କଳିଙ୍ଗ ଷ୍ଟାଡ଼ିୟମ୍‌ରେ ନଭେମ୍ବର ୨୪ରୁ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌, ସୁରକ୍ଷା ବ୍ୟବସ୍ଥା କଡାକଡ଼ି

ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୪ ତାରିଖ ଠାରୁ କନିଷ୍ଠ ପୁରୁଷ ହକି ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି। ବିଶ୍ବକପ୍‌ ମୁକାବିଲା ପୂର୍ବରୁ କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି। ପୁଲିସ କମିସନର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତିି। ବିଶ୍ୱକପ ପାଇଁ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏଥି ପାଇଁ ଭୁବନେଶ୍ୱର ଡିସିପି ସୁରକ୍ଷା ଦାୟିତ୍ୱରେ ଅଛନ୍ତି।

ସୂଚନାଯୋଗ୍ୟ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ରେ ମୋଟ ୧୬ଟି ଟିମ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ସମସ୍ତ ଦଳ ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି। ଏମାନଙ୍କ ପାଇଁ ୧୦ଟି ହୋଟେଲରେ ରହଣି ବ୍ୟବସ୍ଥା ହୋଇଛି। ହୋଟେଲ, ଷ୍ଟାଡିୟମ, ଖେଳାଳି ଓ ରୁଟ ଲାଇନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କଡା ସୁରକ୍ଷା ଭିତରେ ଖେଳାଳି ମାନେ ବସ୍‌ରେ ହୋଟେଲରୁ ଷ୍ଟାଡିୟମ ଆସିବେ।

ଟିମ୍‌ରେ ୩ ଜଣ ଓଡ଼ିଆ ଖେଳାଳି

ପ୍ରଥମ ଥର ପାଇଁ ଭାରତୀୟ କନିଷ୍ଠ ହକି ଦଳରେ ୩ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି। ସେମାନେ ହେଲେ ସୁଦୀପ୍ ଚିରାମାକୋ, ସୁନିଲ ଯୋଜୋ ଓ ଅଭିଷେକ ଲାକ୍ରା। ସୁଦୀପ୍ ଚିରମାକୋ ବିଗତ ଦୁଇ ତିନି ବର୍ଷ ହେଲା କନିଷ୍ଠ ଦଳରେ ଅଛନ୍ତି ଏବଂ ମ୍ୟାଚ୍ ମଧ୍ୟ ଖେଳିଛନ୍ତି। କିନ୍ତୁ ସୁନିଲ ଯୋଜୋ ଓ ଅଭିଷେକ ଲାକ୍ରାଙ୍କୁ ପ୍ରଥମ ଥର ପାଇଁ ସାମିଲ କରାଯାଇଛି।

ଷ୍ଟାଡିୟମ୍‌କୁ ଦର୍ଶକ ମନା

ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତୀର୍କିୀ କକହିଛନ୍ତି, କୋଭିଡ କଟକଣା ମଧ୍ୟରେ ଏଥର ବିଶ୍ୱକପର ଆୟୋଜନ ହେଉଛି। ତେଣୁ ଦର୍ଶକ ଷ୍ଟାଡିୟମରେ ଖେଳ ଦେଖି ପାରିବେ ନାହିଁ। ତାହା ନିଶ୍ଚିତ ଭାବରେ ଦୁଃଖର ବିଷୟ। ମୁଁ ମଧ୍ୟ ଜଣେ ଖେଳାଳି ଏବଂ ଖେଳ ପ୍ରଶଂସକ ଭାବରେ ଦୁଃଖିତ କିନ୍ତୁ କୋଭିଡ ପାଇଁ କଟକଣା ଲଗାଯାଇଛି।


Jio, Airtel and VI Price Hike 2021